ବାଲେଶ୍ଵର: ପହଲଗାଓଁ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା। ସୋସିଆଲ ମିଡିଆରେ ତାଙ୍କ ନାଁରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। କହିଛନ୍ତି, ଏଥିରେ ପରିବାରର କୌଣସି ଭୂମିକା ନାହିଁ। ଆମେ ଫଣ୍ଡ ରେଜ କରିବାକୁ କାହାକୁ କହିନାହୁଁ । ଯିଏ ବି ଫଣ୍ଡ ରେଜ କରୁଛନ୍ତି ଆମର ମତାମତ ନିଅନ୍ତୁ । ଯିଏ ବି ସହୃଦୟ ବ୍ୟକ୍ତି ଆମ ପାଇଁ ଟଙ୍କା ଯୋଗାଡ କରିଛନ୍ତି କୌଣସି ଟ୍ରଷ୍ଟ କିମ୍ୱା ଗରିବ ଲୋକକୁ ଦେଇ ଦିଅନ୍ତୁ । ସରକାର ଆମ ପାଇଁ ଯାହା କରିଛନ୍ତି ତାଙ୍କରି ଉପରେ ମୋର ଭରଷା ରହିଛି । ଓଡ଼ିଶାବାସୀ ସତ୍ୟତା ପରଖନ୍ତୁ । ଯଦି ମୋ ସ୍ୱାମୀ ପାଇଁ ଠାକୁରଙ୍କ ପାଖରେ ଏକ ମିନିଟ୍ ପ୍ରାର୍ଥନା କରିବେ ତାହା ହିଁ ମୋ ପାଇଁ ମଙ୍ଗଳ ହେବ । ମୋ ସ୍ୱାମୀ ଏବେ ଜାତୀୟ ହିରୋ । ମୋ ପରି ଆଉ କେହି ଅସୁବିଧାରେ ନ ପଡ଼ନ୍ତୁ, ସେନେଇ ସରକାର ଠୋସ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ।
ତେବେ ଗତକାଲି NIA ଟିମ୍ ଆସିଥିଲେ ପ୍ରଶାନ୍ତଙ୍କ ଘରକୁ । ସେମାନେ ଯାହା ପ୍ରଶ୍ନ ପଚାରିଛନ୍ତି ପତ୍ନୀ ପ୍ରିୟଦର୍ଶିନୀ ସେ ସବୁର ଉତ୍ତର ଦେଇଥିବା କହିଛନ୍ତି । ଏହା ସହ କହିଛନ୍ତି କି, ଆତଙ୍କବାଦୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ତେବେ ଆଜି ଏହି ପରିବାର ଜମ୍ମୁ କଶ୍ମୀର ଟୁର୍ ସାରି ବାଲେଶ୍ଵରରୁ ଫେରିବାର ଥିଲା କିନ୍ତୁ ଏହି ପରିବାର କେବେ ଭାବିନଥିଲା କି ଏଭଳି ପରିସ୍ଥିତିରେ ଘରକୁ ଫେରିବ ବୋଲି ।
ପ୍ରିୟଦର୍ଶିନୀ କହିଛନ୍ତି ଏଭଳି ପରିସ୍ଥିତି ଅନ୍ୟ କାହା ସାଥୀରେ ନହେଉ । ଏହାସହ କହିଛନ୍ତି ତାଙ୍କର ଭାଗ୍ୟ ଖରାପ ବୋଲି ଏଭଳି ପରିସ୍ଥିତି ଉପୁଜିଲା। ସରକାରଙ୍କ ପାଇଁ ସମସ୍ତଙ୍କ ଜୀବନ ସମାନ । ବିଶ୍ୱାସ ଅଛି ସରକାର ଉଚିତ୍ ନିଷ୍ପତ୍ତି ନେବେ । ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ସ୍ୱାମୀଙ୍କ ନାରେ ମିଛ ଅନୁକମ୍ପା ରାଶି ଆଦାୟ ନକରିବାକୁ ସେ ଅନୁରୋଧ କରିଛନ୍ତି ।