ମୟୁରଭଞ୍ଜ : ସୁନା ବ୍ୟବସାୟୀଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ। ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନଗଡ଼ିଆ ନିକଟସ୍ଥ ସରାଳି ନଦୀ ପୋଲ ଉପରେ ଏଭଳି ଘଟଣା ଘଟିଛି। ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁନା ବ୍ୟବସାୟୀ। ଅଭିଯୋଗକୁ ଆଧାର କରି ପୋଲିସ ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ରହିଥିବା ସୁବର୍ଣ୍ଣା ଜୁଏଲର୍ସର ମାଲିକ ସଞ୍ଜୀବ କୁମାର କମିଳା ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରନ୍ତି। ସେହିଭଳି ଶନିବାର ରାତିରେ ବ୍ୟାଗରେ ସୁନା ଗହଣାକୁ ନେଇ ନିଜ ସିକ୍ୟୁରିଟି ଗାର୍ଡ ସହ ଏକ ମଟର ସାଇକେଲରେ ଘରକୁ ଯାଉଥିଲେ। ହଠାତ ସେହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁବୃର୍ତ୍ତ ଆସି ସରାଳି ନଦୀ ପୋଲ ଉପରେ ଅଟକାଇଥିଲେ ଏବଂ ମାଡ଼ ମାରି ସୁନା ଗହଣା ବ୍ୟାଗଟିକୁ ଛଡାଇ ନେଇ ଚାଲିଯାଇଥିଲେ। ଏହାପରେ ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁନା ବ୍ୟବସାୟୀ।