ବାଲୁଗାଁ: ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଉତ୍ପାତ୍ତ । କେତେବେଳେ ମନ୍ଦିର ତ ଆଉ କେତେବେଳେ ଘରେ କଳାକନା ବୁଲାଉଛନ୍ତି ଲୁଟେରା । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ଲୁଟ, ଆଉ ପରେ ଘର ଜାଳିବା , ଆଉ ତାପରେ ଅଶ୍ଳିଳ ଭାଷାରେ କାନ୍ଥରେ ଲେଖିବା ଭଳି ଘଟଣା ଘଟାଇଛନ୍ତି ଦୁର୍ବୃତ୍ତା
ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍ ହୋଇଛି । ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୫୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ପରେ ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏପରିକି ଦୁର୍ବୃତ୍ତ ମାନେ କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।