ତେଲେଙ୍ଗାନା: ତେଲେଙ୍ଗାନାରେ ବଡ଼ ଅଘଟଣ । ଧସିଲା ନିର୍ମାଣଧିନ ଟନେଲ । ଟନେଲ ଭିତରେ ଫସିଗଲେ ଶ୍ରମିକ । ତେଲେଙ୍ଗାନା ନାଗରକୁର୍ନୁଲ ଜିଲ୍ଲାରେ ଶ୍ରୀଶେଲମ ଲେଫ୍ଟ ବ୍ୟାଙ୍କ ସୁଡଙ୍ଗ ନିର୍ମାଣ କାମ ଚାଲିଥିବାବେଳେ ଘଟିଛି ଏହି ଅଘଟଣ । ଶ୍ରୀସାଇଲମ୍ ଜଳଭଣ୍ଡାର ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଡଙ୍ଗ ଛାତର କିଛି ଭାଗ ଭୁଶୁଡି ପଡିଥିବା ନେଇ ସୂଚନା ମିଳିଛି ।
ଦୁର୍ଘଟଣାରେ କିଛି ଶ୍ରମିକ ଆହତ ହୋଇଥିବାବେଳେ, ଟନେଲ ଭିତରେ ଫସି ରହିଛନ୍ତି ୭ ଶ୍ରମିକ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛି କରିଛନ୍ତି ।
ଚାରି ଦିନ ପୂର୍ବରୁ ଟନେଲ କାମ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଦଳ ଟନେଲ ଭିତରେ ଫସି ରହିଥିବା ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଘଟଣାସ୍ଥଳରେ ୫୦ ଜଣ ଥିଲେ, ୪୩ ଜଣ ନିରାପଦରେ ବାହାରିଥିବା ବେଳେ ୭ଜଣ ଫଶିରହିଥିଲେ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ କଂପାନୀ ପକ୍ଷରୁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି । ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଥିବା ବେଳେ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଯେଉଁମାନେ ଘଟଣାରେ ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ: ପିଏମଓରେ ଯୋଡ଼ି ହେଲେ ଆଉ ଜଣେ ଓଡ଼ିଆ; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନିଯୁକ୍ତି
ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ, ଏସପି, ଅଗ୍ନିଶମ ଓ ଜଳସେଚନ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ କୁହାଯାଇଛି ।