ନୂଆଦିଲ୍ଲୀ:ମହାକୁମ୍ଭ ମେଳା ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ ନିଆଯାଇଛି । ପୁନର୍ବାର ଭିଡ଼ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ନୂତନ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା ଫେବୃଆରୀ ୨୬ ତାରିଖରେ ମହାଶିବରାତ୍ରି ଅବସରରେ ଅନେକ ଭକ୍ତ ପ୍ରୟାଜରାଜରେ ଅନେକ ଭକ୍ତ ସମ୍ମିଳିତ ହେବାକୁ ଯାଉଛନ୍ତି ।
ଷ୍ଟେସନକୁ ଆସୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଟିକେଟ ଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି । ଏହି ସ୍ଥଙ୍କୁ ଟିକେଟ ନଥିବା ଯାତ୍ରୀଙ୍କ ପ୍ରବେଶକୁ ବାରଣ କରାଯାଇଛି ।ରେଳଷ୍ଟେସନକୁ ସଂରକ୍ଷିତ ଓ ଦ୍ଵିତୀୟ ଶ୍ରେଣୀ ଯାତ୍ରୀଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥର ବ୍ୟବସ୍ଥା କରାଯାଇଛି । ସେହିପରି ଜେନେରାଲ ଟିକେଟ ପାଇଁ ସ୍ୱତନ୍ତ୍ର ପେଣ୍ଡାଲ ବ୍ୟବସ୍ଥା କରାଯାଇଛି ।ଆଜମେରୀ ଗେଟ ପାର୍ଶ୍ୱରେ ୧୨୭୦ ବର୍ଗଫୁଟ ପରିମିତ ଅଞ୍ଚଳରେ ୧୦ଟି ଅଣସଂରକ୍ଷିତ ଟିକେଟ କାଉଣ୍ଟର ସହିତ ୧୦ଟି ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନର ବ୍ୟବସ୍ଥା କରାଯାଇଛି । ଏହା ସହିତ ଖାଦ୍ୟ ଷ୍ଟଲ, ଏନକ୍ୱାରୀ କାଉଣ୍ଟର ଓ ପ୍ଲାଟଫର୍ମରେ ଲାଗିବାକୁ ଥିବା ଟ୍ରେନର ସୂଚୀର ବ୍ୟବସ୍ଥା ରହିଛି ।
ପ୍ରମୁଖ ରେଳ ଷ୍ଟେସନ ଗୁଡିକ ଯଥା ପ୍ରୟାଜରଜ, ବାରଣାସୀ, ନ୍ୟୂଦିଲ୍ଲୀ , ଆନନ୍ଦବିହାର, ଗଜିଆବାଦ ପ୍ରଭୁତି ରେଳଷ୍ଟେସନରେ ରେଳବାଇ ପୋଲିସ ଫୋର୍ସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
ଦିଲ୍ଲୀ ଷ୍ଟେସନରେ ହୋଇଥିବା ଦଳାଚକଟା ଯୋଗୁଁ ୧୮ ଜଣ ପ୍ରାଣ ହରାଇଥିଲେ ଓ ଅନେକ ଆହତ ହୋଇଥିଲେ ।
ଆଗକୁ ପଢନ୍ତୁ: ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ ପଞ୍ଜାବରେ ବଡ଼ଧରଣର ଅଦଳବଦଳ କଲେ ଆପ୍ ସରକାର