ଆସାମ: ଆସାମରେ ଭାଙ୍ଗିଲା ୯୦ ବର୍ଷର ପୁରୁଣା ପରମ୍ପରା । ଏନେଇ ସରକାର ବଡ଼ ନିଷ୍ପତି ଦେଇଛନ୍ତି । ଗତ ୯୦ ବର୍ଷ ଧରି ବିଧାନସଭାରେ ଚାଲିଆସୁଥିବା ନମାଜ ବ୍ରେକ ଉପରେ କଟକଣା ଲଗାଇଛନ୍ତି ସରକାର । ଏଣିକି ମୁସଲିମ ବିଧାୟକଙ୍କୁ ବିଧାନସଭାରେ ନମାଜ ବ୍ରେକ ମିଳିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।
ଏହି ନିଷ୍ପତି ଗତବର୍ଷ ଅଗଷ୍ଟରୁ ନିଆଯାଇଥିଲା, ହେଲେ ଚଳିତ ବଜେଟ ଅଧିବେଶନରେ ଏହା କାର୍ଯ୍ୟକାରୀ କରାଯାଇଛି । ଗତକାଲି(ଶୁକ୍ରବାର) ବିଧାନସଭା ଅଧିବେଶନରେ ନମାଜ ବ୍ରେକକୁ ସ୍ଥାୟୀ ଭାବେ ନିଷିଦ୍ଧ କରାଯାଇଛି । ସେପଟେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରାଯାଇଛି । ଏହି ନିଷ୍ପତି ପରେ ମୁସଲମାନ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସାମରେ ଏଥିପାଇଁ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: କିଟ୍ ଜମି କେଳେଙ୍କାରୀ ମାମଲା; ଆଇନମନ୍ତ୍ରୀ କହିଲେ, ଜବରଦଖଲ ମୁକ୍ତ କରିବାକୁ ଗଠନ ହେବ ସ୍ପେଶାଲ ଡ୍ରାଇଭ
ଦୀର୍ଘ ୯୦ ବର୍ଷ ଧରି ଆସାମରେ ଏହି ସୁବିଧା କାର୍ଯ୍ୟକାରୀ ହୋଇଆସୁଥିଲା । ପ୍ରତି ଶୁକ୍ରବାରରେ ମୁସଲିମ ବିଧାୟକ ମାନଙ୍କୁ ନମାଜ ପାଇଁ ୨ ଘଣ୍ଟା ବିରତି ଦିଆଯାଉଥିଲା । ହେଲେ ଏବେ ଏହି ବିରତି ପ୍ରତି କଠୋର ହୋଇଛନ୍ତି ସରକାର । ନମାଜ ପାଇଁ ବିଧାୟକଙ୍କୁ ମିଳୁଥିବା ବିରତିକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି ।