ଭୁବନେଶ୍ୱର: କିଟ୍ ପ୍ରତିଷ୍ଠାତା ଅଚୁ୍ୟତଙ୍କ ଦ୍ୱାରା ସରକାରୀ ଏବଂ ଜଙ୍ଗଲ ଜମି ଅକ୍ତିଆର ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ପାଇଁ ଯୋଜନା ଚାଲିଛି । ଏଥିପାଇଁ ରାଜସ୍ୱ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ହେବ । ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ କିଟ୍ ଜମି ଜାଲିଆତି ଅଭିଯୋଗ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ସେ ମୁଖ୍ୟ ଶାସନସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲା। ଋଗ୍ଦଗ୍ଧବଗ୍ଧର ଅଫିସରଙ୍କ କୋର୍ଟରେ ମାମଲା ହୋଇଥିଲା। ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା approvalରେ ନିର୍ମାଣ ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୦ ରୁ ୨୦୧୨ -୨୦୧୩ ଭିତରେ ଏସବୁ ଅଭିଯୋଗ ଆସିଥିଲା। ପରେ ପରେ ବିଜେଡ଼ି ଟିକେଟରେ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଯାଇଥିଲେ । ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା ଏବେ ରାଜ୍ୟରେ ସରକାର ବଦଳିଛି। ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର। ବିଜେପି ସରକାର ରାଜ୍ୟବାସୀଙ୍କୁ ଦେଖାଇବା ଦରକାର ଯେ ସେମାନେ ବିଜେଡ଼ି ଠାରୁ ଭିନ୍ନ।
ଅଧିକ ପଢନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଲା କଂଗ୍ରେସ, ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ