ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହେବ ଝଡ଼ବର୍ଷା । ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କେନ୍ଦୁଝର, ଢେଙ୍କାନାଳ,ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଏହି ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲାମାନଙ୍କରେ କୁଆପଥର ମାଡ଼ର ବି ସମ୍ଭାବନା ରହିଛି । ସେହିପରି ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଏ ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଶିକ୍ଷା ବିଭାଗ; ଦିବ୍ୟାଙ୍ଗ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା; ୩ ମାସ ହେଲା ଦରମା ନ ପାଇବାରୁ ମଜୁରୀ କରିବାକୁ ଚିଠି ଲେଖି ଛୁଟି ପାଇଁ କରିଥିଲେ ଆବେଦନ