ପାରାଦୀପ : କଟକ ପାରାଦ୍ଵୀପ ରାଜପଥ ପାଲଟିଛି ମରଣଯନ୍ତା... ସାତଦିନ ରେ ଗଲାଣି ତିନୋଟି ନିରୀହ ଜିବନ.. ମାନୁ ନାହାଁନ୍ତି ବାଲି ମାଫିଆ, ବେଧଡକ୍ ଚାଳିଛି ଲଘୁ ଖଣିଜ ସମ୍ପଦ ର ଚୋରା ଚାଲାଣ ... ଅଧିକ ଟ୍ରୀ ପ୍ କଲେ ବାଲି ଗାଡ଼ି ଚାଳକ ଙ୍କୁ ମିଳୁଛି ମୋଟା ଅଙ୍କର ଅର୍ଥ ରାଶି.. ଯେଉଁଥିପାଇଁ ଅକାଳରେ ଚାଲିଯାଉଛି ନିରୀହ ଜୀବନ...
ମୃତ୍ୟୁର ମରଣଯନ୍ତା ପାଲଟିଥିବା କଟକ ପାରାଦୀପ ରାଜରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ବାଲି ହାଇୱା ସାଇଡ ମାରିବାରୁ ପୋଲିସ ଚେକପୋଷ୍ଟରେ ଏକ ବାଇକ ପିଟି ହୋଇଯାଇଥିଲା । ଯାହା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ତେବେ ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଓ ସଡ଼କ ସୁରକ୍ଷା ବାହିନୀ ସଭାପତି ପଙ୍କଜ ତରାଇ ଘଟଣା ସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।