ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ପ୍ରଥମ ଥର ଆମ ଆଦମୀ ପାର୍ଟି (ଆପ) ମୁଖିଆ ଅରବିନ୍ଦ କେଜରିୱାଲ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଆମେ ସଠିକ ରଣନୀତି ସହ ନିର୍ବାଚନ ଲଢିଥିଲେ। ଏଥିରେ ଆମେ ସାମାନ୍ୟତମ ଅବହେଳା ବି କରିନଥିଲେ। ଆମେ ନିଜକୁ ନିଜେ ଧନ୍ୟବାଦ ଦେବା ଦରକାର ଯେ ଆମେ କର୍ମ ଭଲ କରିଛେ, କିନ୍ତୁ ଫଳ ତ ଭଗବାନଙ୍କ ହାତରେ।
କେଜରିୱାଲ କହିଛନ୍ତି ଯେ କର୍ମ କରିବାରେ ଆମେ ଅବହେଳା କରି ନାହାନ୍ତି। ଏଥର ନିର୍ବାଚନରେ ଯଦି କିଏ ହିରୋ ସେମାନେ ହେଉଛନ୍ତି ଆପଣମାନେ। ନିର୍ବାଚନ ପାଇଁ ଆପଣମାନେ ଅନେକ ବରଦାସ୍ତ କରିଛନ୍ତି। କିଏ ରାତି ୧୦ଟାରେ ତ କିଏ ୧୧ଟାରେ ମୋ ଘରକୁ ଆସୁଥିଲେ। ମୁଁ ଜାଣିଛି ଆପଣଙ୍କ ଉପରେ କିପରି ଚାପ ପକାଯାଇଥିଲା, କେମିତି ଧମକା ଯାଉଥିଲା। ଅନ୍ୟ ପାର୍ଟିର ଲୋକଙ୍କ ଭଳି ଆପଣମାନେ ଗୁଣ୍ଡା ନୁହନ୍ତି। ଆପଣାନେ ସମସ୍ତେ ସାଧାରଣ ଜନତା।
ଆପ ମୁଖିଆ କହିଛନ୍ତି ଯେ ଏଥର ନିର୍ବାଚନରେ ଆମ ଦଳରେ ଅନ୍ୟ ପାର୍ଟିର ଲୋକେ ବି ସାମିଲ ହେଲେ । କେଜରିୱାଲ କହିଛନ୍ତି ଯେ ମୋ ପାଖକୁ ଅନେକ ସରକାରୀ ଅଫିସର ମଧ୍ୟ ଆସିଥିଲେ । ସେମାନେ କହୁଥିଲେ ଏବେ ଯାହା ହେବ ଦେଖାଯିବ, ଚାକିରୀ ଗଲେ ଯାଉ, କିନ୍ତୁ ସହି ହେବନି । ସବୁଠୁ ବଡ଼ କଥା ହେଲା ଆମେ ସେମାନଙ୍କ ଆଗରେ ଛିଡା ହୋଇପାରିଲେ। ଏହା ଛୋଟ କଥା ନୁହେଁ।
କେଜରିୱାଲ କହିଛନ୍ତି ଯେ ସେମାନେ ଭାବୁଥିଲେ ଗୁଣ୍ଡାଗିରି ବିନା ଲଢେଇରେ ଜିତିଯିବେ । ହେଲେ ଆମେ ସେମାନଙ୍କୁ ଏହି ସୁଯୋଗ ଦେଇ ନାହାନ୍ତି। ଆମେ ସେମାନଙ୍କୁ ମୁହାଁ ମୁହିଁ ମୁକାବିଲା କରିଛନ୍ତି। ଆପଣମାନଙ୍କ ମଧ୍ୟରେ ଲୋକେ ବି ଥିବେ ଯେଉଁମାନଙ୍କୁ ଲକ୍ଷଲକ୍ଷ ଟଙ୍କାର ଅଫର ଦିଆଯାଇଥିଲା। ହେଲେ ଆପଣମାନେ ପ୍ରଲୋଭନରେ ପଡି ନଥିଲେ। ଆପଣମାନେ ଭାଙ୍ଗି ନପଡି ସତ୍ୟର ରାସ୍ତାରେ ରହିଲେ।
ଉଲ୍ଲେଖଯୋଗ୍ୟ ଯେ ଗତ ୧୧ ବର୍ଷ ଦିଲ୍ଲୀ ସରକାରରେ ଥିବା ଆପ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ଆପକୁ ୨୨ଟି ଆସନ ମିଳିଛି। ଏପରିକି ଦିଲ୍ଲୀ ବିଧାନସଭା ଆସନରେ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ମଧ୍ୟ ପରାସ୍ତ ହୋଇଛନ୍ତି। ବିଜେପି ୪୮ ଆସନ ଜିତି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାସୀନ ହୋଇଛି ।