ସମ୍ବଲପୁର: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ସାବିତ୍ରୀ ଠାକୁର ଶୁକ୍ରବାର ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ଏହି ଅବସରରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିରକୁ ଯାଇ ମାଁ ସମଲେଶ୍ଵରୀ ଦର୍ଶନ କରି ଆଶିର୍ବାଦ ମଧ୍ୟ ନେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ବହୁ ବରିଷ୍ଠ ବିଜେପି ପଦାଧିକାରୀଙ୍କ ସମେତ ଜିଲ୍ଲାପାଳ ଓ ପ୍ରଶାସନର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ସାବିତ୍ରୀ ଠାକୁର ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସେଠାରେ ଥିବା ମା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗକୁ ପରିଦର୍ଶନ କରିଥିଲେ। ଏହାସହ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିବା ସହ ଲକ୍ଷପତି ଦିଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାସହ ସମ୍ବଲପୁର ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର ବିଭିନ୍ନ ଯୋଜନାର ସଠିକ୍ କାର୍ଯ୍ୟକାରିତା ସହ ବର୍ତ୍ତମାନର ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀମତି ଠାକୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମୀକ୍ଷା ମଧ୍ୟ କରିଥିଲେ।
ଆଗକୁ ପଢନ୍ତୁ: ପରୀକ୍ଷା ପୂର୍ବରୁ ଅଘଟଣ : ଓଲଟିଲା ମାଟ୍ରିକ ପିଲାଙ୍କ ଗାଡି ,ଜଣେ ଛାତ୍ରୀ ଗୁରୁତର