ବ୍ରହ୍ମପୁର : ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ ଲାଠୀ ଗାଁ ଛକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଗ୍ୟାସ ଲିକ ହୋଇ ପୁରା ବଜାରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ବ୍ରହ୍ମପୁର ଉପକଣ୍ଠ ବିହାରୀ ଦୋକାନରେ ଏକ ଗ୍ୟାସ ଟାଙ୍କି ଥିଲା । ଯେଉଁଥିରୁ ହଠାତ୍ ଗ୍ୟାସ ଲିକ ହୋଇଥିଲା । ଆଉ ଆଖି ପିଛୁଳାକେ ଗ୍ୟାସ ଚାରିଆଡେ ବ୍ୟାପିଯାଇଥିଲା । ଯାହା ଫଳରେ ମୁଖ୍ୟ ବଜାର ଛକରେ ଥିବା ୪ଟି ଦୋକାନ ପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ତେବେ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ।