ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୯ତମ କିସ୍ତିକୁ ଅପେକ୍ଷା କରିଥିବା କୃଷକଙ୍କ ପାଇଁ ଖୁସି ଖବର। ୨୦୨୫ ଫେବ୍ରୁଆରି ୨୪ରେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ। ବିହାରର ଭାଗଲପୁରରେ ଚାଷୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଟନ୍ ଦବାଇ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ଟଙ୍କା ଟ୍ରାନ୍ସଫର କରିବେ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କୃଷି ମନ୍ତ୍ରୀ କହିଛନ୍ତି ଯେ ଫେବୃଆରୀ ୨୪, ୨୦୨୫ରେ ଭାଗଲପୁର ଏକ ଦେଶବ୍ୟାପୀ ଭବ୍ୟ କୃଷକ ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ଟଙ୍କା ଟ୍ରାନ୍ସଫର କରାଯିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପୂର୍ବ ୧୮ତମ କିସ୍ତିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦,୬୬୫ କୋଟି ଟଙ୍କା ପ୍ରଦାନ କରିଥିଲା। ଫେବ୍ରୁଆରି ୨୪ ରେ ୧୯ତମ କିସ୍ତିରେ ପ୍ରାୟ ୯.୮୦ କୋଟି ଚାଷୀଙ୍କୁ ୨୨,୦୦୦ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯିବ।
ଶିବରାଜ ସିଂ ଚୌହାନ କହିଛନ୍ତି ଯେ କୃଷକ କଲ୍ୟାଣ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଉତ୍ପାଦନ ବୃଦ୍ଧି ହେବା ଦରକାର, ଉତ୍ପାଦନ ଖର୍ଚ୍ଚ କମିବା ଦରକାର, ଉତ୍ପାଦନ ପାଇଁ ଉଚିତ ମୂଲ୍ୟ ମିଳିବା ଦରକାର, ଫସଲ ହାନିର କ୍ଷତିପୂରଣ ପ୍ରଦାନ କରାଯାଉ, କୃଷିର ବିବିଧତା ଏବଂ ପ୍ରାକୃତିକ ଚାଷ ଭଳି ମିଶନ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନା। ସେ ଉଲ୍ଲେଖ କରିଛନ୍ତି ଯେ ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି ୨୪ ଫେବୃଆରୀ, ୨୦୨୫ରେ ଭାଗଲପୁରରୁ ଗୋଟିଏ କ୍ଲିକ୍ କରି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ କୋଟି ୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି। ଯଦି କୌଣସି ଯୋଗ୍ୟ ଚାଷୀ ବାଦ୍ ପଡ଼ିଛନ୍ତି, ତେବେ କୃଷି ମନ୍ତ୍ରଣାଳୟ ତରଫରୁ ସେମାନଙ୍କ ନାମ ଯୋଡ଼ିବା ପ୍ରକ୍ରିୟା ଚାଲିଛି। ଏଥର ପାଖାପାଖି ୯ କୋଟି ୮୦ ଲକ୍ଷ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯିବ।
ଅଧିକ ପଢ଼ନ୍ତୁ: ଦୋଷୀ ସାବ୍ୟସ୍ତ ହେଲେ ଲେଖକ ସଲମାନ ରୁଶ୍ଦିଙ୍କ ଆକ୍ରମଣକାରୀ