ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ସେନାର ଶୀର୍ଷ ସାମରିକ ଜେନେରାଲଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ଯୁଗ୍ମ ମୁଖ୍ୟ ଜେନେରାଲ ଚାର୍ଲସ କ୍ୟୁ ବ୍ରାଉନ ଜୁନିୟରଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଚାକିରିରୁ ବହିଷ୍କାର କରିଛନ୍ତି। ଆମେରିକାରେ ପ୍ରଥମ ଥର ପାଇଁ ପ୍ରଶାସନରେ ପରିବର୍ତ୍ତନ ପରେ ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଏଭଳି ଭାବେ ବାଟ ଦେଖାଯାଇଛି।
ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ ଏକ ବିବୃତିରେ ନୌସେନା ଅପରେସନ ମୁଖ୍ୟ ଆଡମିରାଲ ଲିସା ଫ୍ରାଞ୍ଚେଟି ଏବଂ ବାୟୁସେନାର ଉପମୁଖ୍ୟ ଜେନେରାଲ ଜିମ୍ ସ୍ଲାଇଫଙ୍କ ସମେତ ଦୁଇ ଜଣ ଅତିରିକ୍ତ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିବା ଘୋଷଣା କରିଛନ୍ତି।
ଟ୍ରମ୍ପ୍ ସିକ୍ୟୁକୁ ଡାକିଥିଲେ। ବ୍ରାଉନଙ୍କୁ ପଦରୁ ହଟାଇବା ନେଇ ଘୋଷଣା କରି ସେ କହିଛନ୍ତି ଯେ ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡାନ୍ କେନ୍ଙ୍କୁ ଦାୟିତ୍ୱ ଦିଆଯିବ। ଏହା ସହ ଆଗାମୀ ଦିନରେ ସେନାରେ ବଡ଼ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି। ଆମେରିକାରେ ସାଧାରଣତଃ ସରକାର ବଦଳିଲେ ମଧ୍ୟ ଦେଶର ଶୀର୍ଷ ସାମରିକ ଅଧିକାରୀଙ୍କ ଭୂମିକାରେ ପରିବର୍ତ୍ତନ ଆସିଥାଏ। ଜେନେରାଲ ଚାର୍ଲସ କ୍ୟୁ ବ୍ରାଉନ ଜୁନିୟର ଦ୍ୱିତୀୟ ଆଫ୍ରିକୀୟ-ଆମେରିକୀୟ (କଳା) ଭାବେ ଏହି ପଦରେ ରହିଥିଲେ।
ଅଧିକ ପଢ଼ନ୍ତୁ: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିଚଳିତ ହେଲା ପାକିସ୍ତାନ!