ପାରାଦୀପ: ଓଡ଼ିଶା ସରକାରଙ୍କ ବନ୍ୟ ଓ ପଶୁ ସମ୍ପଦ ବିଭାଗ ଦ୍ଵାରା ଅଲିଭ ରିଡ଼ଲେ କଇଁଛ ମାନଙ୍କ ଓଡ଼ିଶା ଉପକୂଳରେ ପ୍ରଜନନ ପାଇଁ ଆସିଥିବା ସର୍ଭେ ରିପୋର୍ଟ୍ ପୂର୍ବ ବର୍ଷ ତୁଳନାରେ ଢେର୍ ଅଧିକ ।
ଋଷିକୁଲ୍ୟା ଶାଗର ତଟଠୁ ଆରମ୍ଭ କରି ଅସ୍ତରଙ୍ଗ ଦେବି ନଦୀ ମୁହାଁଣ ପଯ୍ୟନ୍ତ ୫,୫୫, ୬୩୮ଟି ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦାନ କରିଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି। ଓଡ଼ିଶା ସରକାରଙ୍କ ବନ୍ୟ ବିଭାଗ ଓ ତଟ ରକ୍ଷକ ବାହିନୀର ମିଳିତ ପ୍ରୟାସରେ ଉପକୂଳର ଉପଯୁକ୍ତ ସ୍ଥାନ ରେ ସୁରକ୍ଷିତ ଭାବେ କିଭଳି ଭାବେ କଇଁଛ ମାନେ ଅଣ୍ଡାଦାନ କରିବେ ନିୟମ ଭାବେ କଡା ପେଟ୍ରୋଲିଙ୍ଗ ଶହ ତଦାରଖ୍ କରୁଥିଲା ବିଭାଗ। ୧୯୯୧ ମସିହା ଠାରୁ ନିୟମିତ ଭାବରେ ଭାରତିୟ ତଟ ରକ୍ଷକ ବନ୍ୟ ପ୍ରାଣୀ ସୁରକ୍ଷା ନିୟମ ୧୯୭୨ ଅନୁଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିରନ୍ତର ସେବା ଯୋଗାଇ ଆସୁଛି ବିଭାଗ ।
ଋଷିକୁଲ୍ୟା ରେ ୬୧୨୬ ଟି କଇଁଛ ମାନଙ୍କ ପାଇଁ ପ୍ରଜନନ ସ୍ଥାନ ରେ ୫,୫୧,୨୩୮ ଟି ଅଣ୍ଡା ଓ ଦେବୀନଦୀ ମୁହାଣ ରୁ ଅସ୍ତରଙ୍ଗ ନିକଟସ୍ଥ ବେଳାଭୂମି ଋ ୬୦ ଟି ସ୍ଥାନରୁ ୫୪୦୦ଟି ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେଇଥିବା ରେକଡ୍ କରାଯାଇଛି। ଖାସ୍ କରି ସମୁଦ୍ର ମଧ୍ୟରେ ମାଛ ଧରୁଥିବା ଫିଶୀଙ୍ଗ ଟ୍ରଲର୍ ମାନଙ୍କରେ କଇଁଛ ସୁରକ୍ଷା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କହିଛି ବିଭାଗ। ଆକାଶ ମାର୍ଗରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଓଡ଼ିଶା ଉପକୂଳକୁ ଆସୁଥିବା ଦୃଶ୍ୟ ବେଶ୍ ଆକର୍ଷଣ ।
ଅଧିକ ପଢ଼ନ୍ତୁ: କଟକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା