କେନ୍ଦ୍ରାପଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଗାଡି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ବଡ଼ ଦୁର୍ଘଟଣା ଘଟିଛି ।୧୧ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ବେଳେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର, ଆଉ କିଛି ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି । ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ୧୨ ଜଣ ପରୀକ୍ଷାର୍ଥୀ ଙ୍କୁ ନେଇ ଗାଡିଟି ବାଘମାରୀ ନାଗାନାରାୟଣ ସ୍କୁଲ ଆସୁଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଉଛି ।