ଅସଲି ଓମଫେଡ ଡବା ଭିତରେ ନକଲି ଘିଅ। ଏହିପରି ଲୋକଙ୍କୁ ଠକୁଛନ୍ତି ବେପାରୀ। ତେବେ ବାରମ୍ବାର ଠକାମିର ଶିକାର ହେଉଛନ୍ତି ଖାଉଟି। ଏହି ନକଲି ଘିଅ ରାଉରକେଲା ସହରରେ ଜବତ ହୋଇଛି। ଯେଉଁଥିରେ ୧୭ ଲିଟର ନକଲି ଓମଫେଡ୍ ଘିଅ ରହିଥିଲା। ତେବେ ଏହି ନକଲି ଘିଅ କାରବାର କରୁଥିବା ୨ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ମୁତାବକ, ପ୍ରତ୍ୟକ ଲୋକଙ୍କର ପସନ୍ଦ ଓମଫେଡ ଘିଅ। ଏଥିପାଇଁ ଘରେ ଘରେ ଓମଫେଡ ଘିଅକୁ ବ୍ୟବହାର କରାଯାଏ କିନ୍ତୁ କିଛି ଲୋକ ଓମଫେଡ ଡବା ଆଣି ସେଥିରେ ନକଲି ଘିଅ ପୁରାଇ ବିକ୍ରି କରୁଛନ୍ତି। ରାଉରକେଲାରେ ଓମଫେଡ୍ ଘିଅ ଡବାରେ ନକଲି ଘିଅକୁ ଭର୍ତ୍ତି କରି ଲୋକଙ୍କୁ ବିକୁଛନ୍ତି ଦୋକାନୀ। ଏନେଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ରାଉରକେଲା ସହରରେ ନକଲି ଓମଫେଡ୍ ଘିଅର କାରବାର ଚାଲିଥିବା ସୂଚନା ପାଇ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ ହୋଇଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।