ଭୁବନେଶ୍ୱର: ମାହାଙ୍ଗା ପ୍ରସଙ୍ଗକୁ ନେଇ ଆଜି ବେଶ ସରଗରମ ହୋଇ ଉଠିଛି ବିଧାନସଭା । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଉଠାଇଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ସାରଦା ପ୍ରଧାନ । ଅରୁଣ ସାହୁ କହିଛନ୍ତି, ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି ସରକାର । ମାହାଙ୍ଗାରେ ସମସ୍ତ ପଂଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଖର୍ଚ୍ଚ ହୋଇପାରୁନି ।
ସେ କହିଛନ୍ତି ଯେ ଯଦି ଦୁର୍ନୀତି ହୋଇଛି ଏବଂ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ଗୋଡ ଉପରକୁ କରିକି ବାଡାଅ । ନିର୍ବାଚିତ ପ୍ରତିନିଧି ମାନେ ଆନ୍ଦୋଳନ କରୁଥିଲେ । ତାଙ୍କୁ ଗୁଣ୍ଡା ଲଗାଇ ବାଡେଇଲେ । ପୋଲିସଙ୍କୁ ମଧ୍ୟ ବାଡେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ରାଜ୍ୟରେ ବିଗିଡି ଗଲାଣି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଂଚାୟତ ପ୍ରତିନିଧି ମାନଙ୍କୁ ଗୁଣ୍ଡା ମାନଙ୍କ ଦ୍ୱାରା ମାଡ଼ ମରାଯାଇଛି । ସବୁ ପଂଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେତେବେଳେ କରିବେ । ଏପରିକି ବାଚସ୍ପତି ନିର୍ଦ୍ଦେଶ ଦାବି କରିଛନ୍ତି ଅରୁଣ ସାହୁ ଯେଉଁ ମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ । ପୋଲିସର ମନୋବଳ ଭାଙ୍ଗି ଦିଆଯାଉଛି । ଏମିତି ହେଲେ ଆଇନ ଶୃଙ୍ଖଳା ବିଗିଡି ଯିବ । ଯଦି ଦୁର୍ନୀତି ହୋଇଛି, ତେବେ ତାଙ୍କୁ ବାନ୍ଧନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।
ଅରୁଣ ସାହୁଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସେ କହିଛନ୍ତି କୌଣସି ଠିକାଦାରଙ୍କ ବିଲ୍ ଅଟକ ରଖାଯାଇନାହିଁ । ଯେଉଁ ୪ ଜଣ ବିଜେଡ଼ି ନେତା ଯାଇଥିଲେ ସେମାନେ ପରୀ ହତ୍ୟାକାରୀ, ପିଏସଏ ହତ୍ୟାକାରୀ, ମାହାଙ୍ଗା ଡବଲ ମର୍ଡରରେ ସମ୍ପୃକ୍ତ । ଆଉ ସେମାନେ ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ସେମାନେ ଆଇନ କଥା କଣ କହିବେ । ୪ କଣ ୪୦ ଗଲେ ବି ବିନା କାମ ରେ ବିଲ୍ ପାସ୍ ହେବନି ବୋଲି କହିଥେô୍ଲ ।
ସେ ପ୍ରଶ୍ନ କରିଥିଲେ ଯେ, ବିଲ ପାସ ହୋଇନି ବୋଲି ସରପଂଚ, ଜିଲ୍ଲା ପରିଷଦ, ଚେୟାର ମ୍ୟାନ କେବେ ଧାରଣାରେ ବସନ୍ତି କି ? ସେଠାକୁ ଯାଇଥିବା ବିଧାୟକ ମାନେ ଗଣ୍ଡଗୋଳକାରୀ । ବିଧାୟକ ମାନେ ଯିବାରୁ ଗଣ୍ଡଗୋଳ ହେଲା । ବିଧାୟକ ମାନେ କାହିଁକି ଯାଇଥିଲେ, ଯେଉଁ ୫୦ ଜଣ ଧାରଣାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଠିକାଦାର କିଏ ? ପଂଚାୟତ ପ୍ରତିନିଧି ମାନେ କଣ ଠିକାଦାର ? ଏହା କହି ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ମାହାଙ୍ଗାରେ ୧୦ ବର୍ଷ ଭିତରେ କେତେ ଆଇନ ଶୃଙ୍ଖଳା ଚାଲିଥିଲା । ଯେଉଁ ବିଧାୟକ ମାନେ ଯାଇଥିଲେ ସେମାନେ କୁହନ୍ତୁ ବୋଲି ସାରଦା ପ୍ରଧାନ କହିଥିଲେ ।