ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଧରା ଗାଁରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟିବାରୁ ଗୋଟିଏ ବଳଦ ଗୁରୁତର ଭାବେ ଆହତ ହୋଇଛି । ବ୍ରାହ୍ମଣଧରା ଗାଁର ସମା ସୋରେନଙ୍କ ଦୁଇଟି ବଳଦ ନାରଦମୁଣ୍ଡା ନାଳୀ ଅଞ୍ଚଳରେ ଚରିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ବେଳେ ଗୋଟିଏ ବଳଦ ଗୁରୁତର ଭାବେ ଆହତ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।