ସୂର୍ଯ୍ୟଙ୍କ ତାପମାତ୍ରାରେ ତାତୁଛି ଓଡ଼ିଶା । କୁହାଯାଏ, ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ବର୍ତ୍ତମାନ ଖରାର ତାତି ଅସହ୍ୟ ହୋଇପଡିଛି । ଶୀତ ଋତୁ ଗ୍ରୀଷ୍ମ ଋତୁ ପରି ଅନୁଭୂତ ହେଉଛି । ଏଥର ସାରା ରାଜ୍ୟରେ କମ ଶୀତ , କମ ସମୟ ପାଇଁ ପଡିଥିଲା । ପରେ ଏବେ ସାରା ରାଜ୍ୟବାସୀ ଖରାର ତାତିରେ ହନ୍ତସନ୍ତ ହେଉଛନ୍ତି । ମାଘ ମାସରେ ଯଦି ଏତେ ଖରା ତେବେ ବୈଶାଖ ମାସରେ କେତେ ଖରା । ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରାୟ ୩୪ ଡିଗ୍ରୀ ତାପମାତ୍ରା ପାରଦ ଛୁଇଁଲାଣି । ଦିନରେ ତାପମାତ୍ରା ବଢୁଥିବାବେଳେ ସକାଳୁ ଅନେକ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡି ପାଇଁ ମଧ୍ୟ ବହୁ ଦୁର୍ଘଟଣା ଘଟୁଛି । ସକାଳେ କୁହୁଡି ଓ ଦିନ ସାରା ଖରା । ଜୀବନ ବଞ୍ଚିବା କଷ୍ଟକର କରି ଦେଉଛନ୍ତି । ଗତକାଲି ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ଥିବା ସୂଚନା ମିଳିଛି । ଆଗକୁ ଆହୁରି ଦିନ ତାପମାତ୍ରା ବଢିବ ବୋଲି ମଧ୍ୟ ଅନୁମାନ କରାଯାଉଛି ।
ଆଗକୁ ପଢ଼ନ୍ତୁ : ଘନ କୁହୁଡିର ଆସ୍ତରଣରେ ଟ୍ୱିନ୍ ସିଟି