ବିଜେପି ରାଜ୍ୟ ପଦାଧିକାରୀ ବୈଠକ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ବୈଠକ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜନ ହୋଇଛି। ତେବେ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ଆଗାମୀ ଦିନରେ ରାଜ୍ୟରେ ବିଜେପି ନିଶ୍ଚିତ ସରକାର ଗଢ଼ିବ ବୋଲି ଦୁଇ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୋମବାର ନିର୍ବାଚନ ରଣନିତୀ ପ୍ରସ୍ତୁତ ଲାଗି ଦଳୀୟ କାର୍ଯ୍ୟାଳୟରେ ପଦାଧୀକାରୀଙ୍କ ବୈଠକ ହୋଇଛି। ଅପରପକ୍ଷରେ ଜଣକ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତର ସିଡ୍ୟୁଲ ରାଜ୍ୟ ବିଜେପି ଶିବିରକୁ ଚଳଚଞ୍ଚଳ କରିଛି ।
ଅପରପକ୍ଷେ ମୋଦୀ ଗ୍ୟାରେଣ୍ଟି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା କ୍ରମାଗତ ଭାବେ ବୃଦ୍ଧି ପାଇଥିବାରୁ ଓଡ଼ିଶାରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ହେବା ନିହାତି ଜରୁରୀ। ଓଡ଼ିଶାବାସୀଙ୍କୁ ଗୋଟିଏ ଲୋକାଭିମୁଖୀ ସରକାର ଦେବା ପାଇଁ ବିଜେପି ବିସ୍ତୃତ ଭାବେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ମୋଦୀ ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଦଳ ୨୦୨୪ ନିର୍ବାଚନ ପାଇଁ ଜଣଙ୍କ ଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟ୍ ନେତାଙ୍କ ଆଗମନ ହେବ। ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ଏବଂ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ରାଜ୍ୟର ଶୀର୍ଷ ନେତୃତ୍ବ ପ୍ରସ୍ତୁତ କରିଛନ୍ତି ରଣନୀତି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ °ହ ଚୌହାନ ଓଡିଶା ଆସି କଟକ ଓ ଜଗତସିଂହପୁର ଲୋକସଭା ଗସ୍ତକରି ନିର୍ବାଚନମଣ୍ଡଳୀ ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିbaku ଥିବା ବେଳେ ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକର କରୀ । ସେ ପୁରୀ ଲୋକସଭା କ୍ଷେତ୍ରରେ ସମୀକ୍ଷା କରିବେ । ସେହିଭଳି ଆସନ୍ତା ୨୨ ତାରିଖରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେମିତି ଚଳିତ ମାସ ଶେଷ ବେଳକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ଯ ଓଡିଶା ଆସି ଲୋକଙ୍କ ପାଖରେ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ପହଞ୍ଚାଇବେ। ଦଳୀୟ କାର୍ଯ୍ୟାଳୟରେ ସୋମବାର ହୋଇଥିବା ପଦାଧୀକାରୀଙ୍କ ବୈଠକରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ଏବଂ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ରାଜ୍ୟ ବିଜେପି ପଦାଧୀକାରୀମାନେ ଅଙ୍କ କଷିଛନ୍ତି । ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଧ ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ ଜିଲ୍ଲାରେ ରାଜନୈତିକ ସ୍ଥିତି, ଆଶାୟୀଙ୍କ ଲୋକପ୍ରିୟତା ଆଦିର ସମୀକ୍ଷା ହୋଇଛି ।ଏହା ସହ ବିଭିନ୍ନ ମୋର୍ଚ୍ଚା ପଦାକାରୀ ଓ ମିଡିଆ ସେଲ ସହ ଆଲୋଚନା ହୋଇଛି । ଓଡ଼ିଶାରେ ନିଶ୍ଚିତ ସରକାର ଗଠନ ପାଇଁ ବିଜେପି ନେତା ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ଓଡିଶାରୁ ସର୍ବାଧିକ ବିଜେପି ସାଂସଦ ଜିତିବେ ସେଥିପାଇଁ ରଣନୀତିକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ପାଇଁ ଫୁଲ୍ ଦମ ଲଗାଇବ ବିଜେପି । ସେପଟ ମିଶ୍ରଣ ପର୍ବ କରି ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରି ବଳ ବଢ଼ାଇବା ପ୍ରୟାସରେ ରହିଛି ବିଜେପି।
ଅଧିକ ପଢନ୍ତୁ: କମିବ ଶୀତ, ବଢିବ ତାପମାତ୍ରା