କିଛିଦିନର ବ୍ୟବଧାନ ପରେ ରାଜ୍ୟର ଶୀତର ଲହରୀ ଅନୁଭୂତ ହୋଇଥିଲା ବେଳେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି । ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଯାହାଫଳରେ ଗରମ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଗତ ଦୁଇଦିନ ହେବ ରାତିର ତାପମାତ୍ରା ସାମାନ୍ୟ କମିଥିଲା । ତେବେ ମଙ୍ଗଳବାର ରାଜ୍ୟ ର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପରେ ବୋଲି ପୂର୍ବାନୁମାନ କରାଯାଇଛି।
ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ଗତ ଦୁଇ ଦିନ ରାଜ୍ୟର ରାତି ତାପମାତ୍ରା ସାମାନ୍ୟ କମିଥିଲା । ସୋମବାର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ରାତି ତାପମାତ୍ରା ବୃଦ୍ଧି ପାଉଛି।
ସେହିପରି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ, ୧୬ ତାରିଖ ଯାଏ ରାତି ତାପମାତ୍ରା ସାମାନ୍ୟ କମିବ । କିନ୍ତୁ ୧୬ ପରେ ତାପମାତ୍ରା ବଢ଼ିଯିବ ।
ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଉପହାର:ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେଲା UPI ସେବା