ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶ୍ରୀଲଙ୍କା ଓ ମରିସସରେ ଆରମ୍ଭ ହୋଇଛି ୟୁପିଆଇ ସେବା । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ ଜୁଗନାଥଙ୍କ ଉପସ୍ଥିତିରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(UPI) ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ସୂଚନାଯୋଗ୍ୟଯେ, ଗତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିନ୍ଦେ ନୂଆଦିଲ୍ଲୀ ଗସ୍ତ ସମୟରେ ୟୁପିଆଇ ସେବା ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଦୁଇ ଦେଶରେ ୟୁପିଆଇ ସେବା ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଭାରତ ମହାସାଗରୀୟ କ୍ଷେତ୍ରର ତିନି ଦେଶ ପାଇଁ ଆଜି ବିଶେଷ ଦିନ । ଆଜି ଆମେ ଆମର ଐତିହାସିକ ସମ୍ପର୍କକୁ ଏକ ଆଧୁନିକ ଡିଜିଟାଲ୍ ତରିକାରେ ସଂଯୋଗ କରିଛୁ । ଏହା ଜନସାଧରଣଙ୍କୁ ଦିଆଯାଇଥିବା ବିକାଶ ପ୍ରତିଶ୍ରୁତିର ଏକ ପ୍ରମାଣ । ଫିଣ୍ଟେକ୍ କନେକ୍ଟିଭିଟି କେବଳ ସୀମା କାରବାରରେ ସାହାଯ୍ୟ କରିବ ନାହିଁ ବରଂ ସୀମାପାର ସମ୍ପର୍କକୁ ମଧ୍ୟ ମଜବୁତ କରିବ। ୟୁପିଆଇ ପାଖରେ ବର୍ତ୍ତମାନ ନୂଆ ଦାୟିତ୍ବ ରହିଛି । ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମିରେ ଭାରତ ପାଇଁ ଏକ ବଡ ପରିବର୍ତ୍ତନ ଆଣିଛି ଡିଜିଟାଲ । ଛୋଟଛୋଟ ଗାଁର କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଡିଟାଲ ପେମେଣ୍ଟ କରୁଛନ୍ତି। 'ପଡୋଶୀ ପ୍ରଥମ' ହେଉଛି ଭାରତର ନୀତି । ଆମର ସାମୁଦ୍ରିକ ଦୃଷ୍ଟିକୋଣ ହେଉଛି SAGAR । ସମସ୍ତ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ବିକାଶ ଆମର ଲକ୍ଷ୍ୟ ଅଟେ ।"
ତେବେ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରବିନ୍ଧ ଜୁଗନାଥ କହିଛନ୍ତି, "ମହତ୍ତ୍ବପୂର୍ଣ୍ଣ ଅବସରରେ ଆପଣଙ୍କ ସହିତ ଯୋଡି ହୋଇ ମୁଁ ଅତ୍ୟନ୍ତ ଖୁସି । RuPay କାର୍ଡ ଆମର ଜାତୀୟ ପେମେଣ୍ଟ ସ୍ବିଚର କୋ ବ୍ରାଣ୍ଡେଡ୍ । MoCASକୁ ମରିସସରେ ଘରୋଇ କାର୍ଡ ଭାବେ ବ୍ୟବହାର କରାଯିବ । ଭାରତ ଏବଂ ମରିସସ ମଧ୍ୟରେ ସାସ୍କୃତିକ, ବାଣିଜ୍ୟିକ ଏବଂ ଲୋକଙ୍କଠାରୁ ଲୋକଙ୍କ ପର୍ଯ୍ୟନ୍ତ ସମ୍ପର୍କ ବାଣ୍ଟିଛନ୍ତି । ଏହି ସମ୍ପର୍କ ଶତାବ୍ଦୀ ଧରି ରହି ଆସିଛି।"
ଏହି ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିନ୍ଧେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ହେବ। ରାମ ମନ୍ଦିର ପ୍ରତିଷ୍ଠା ନେଇ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଏହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ପ୍ରତିଫଳିତ କରିବ। ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କାରବାର ଜାରି ରହିଥିବା ବେଳେ ସେତେବେଳେ କୌଣସି ସେଣ୍ଟ୍ରାଲ ବ୍ୟାଙ୍କ ନଥିଲା । ଆମର ସଂଗ୍ରହାଳୟରେ ଅନେକ ମୁଦ୍ରା ରହିଛି। ଯାହାକୁ ବିଭିନ୍ନ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଛି। ତେବେ ଆଜି ଆମେ ଟେକ୍ନୋଲୋଜି ଅପଗ୍ରେଡ କରୁଛୁ । "
ଅଧିକ ପଢନ୍ତୁ: ଫେବୃଆରୀ ୧୬ରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ମାଘମେଳା