ଆଉ ୩ ଦିନପରେ ଅର୍ଥାତ ମାଘ ସପ୍ତମୀ ଦିନ ଆରମ୍ଭ ହେବାକୁ ଯାଉଛି ପବିତ୍ର ମାଘ ମେଳା । ଅର୍କ କ୍ଷେତ୍ର କୋଣାର୍କରେ ବୁ଼ଡ଼ ପକାଇବା ପାଇଁ ଲାଗିବ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ତେବେ ଏଥିପାଇଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵେଚ୍ଛାସେବୀମାନଙ୍କୁ ନେଇ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସ୍ଵେଚ୍ଛାସେଵୀ ସଙ୍ଗଠନ ପକ୍ଷରୁ ୩୦୦ରୁ ଅଧିକ ସ୍ଵେଚ୍ଛାସେବୀ ପବିତ୍ର ମାଘମେଳାରେ ସାମିଲ ହେବେ । ମାଘ ସପ୍ତମୀ ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବାକୁ NCC, NSS, ନେହେରୁ ଯୁବ କେନ୍ଦ୍ର, ସ୍କାଉଟ ଓ ଗାଇଡ, ରେଡକ୍ରସର ଛାତ୍ରଛାତ୍ରୀ ମାନଙ୍କ ସହ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଅଗ୍ନିଶମ ବିଭାଗ ଓ କୋଣାର୍କ ପୋଲିସ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ସୂଚନାଯୋଗ୍ୟଯେ, ଆସନ୍ତା ଶୁକ୍ରବାର ଦିନ ମାଘ ସପ୍ତମୀ ଅବସରରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତଙ୍କ ସମାଗମ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପ୍ରଶାସନ। ଲକ୍ଷାଧିକ ଭକ୍ତ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ। ତେବେ ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ କରି ପଙ୍କ ଉଦ୍ଧାର, ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ସପ୍ତମୀରେ ନବଗ୍ରହ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଲାଗିବ ବୋଲି ପୂର୍ବାନୁମାନ କରି ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଚନ୍ଦ୍ରଭାଗା, ତୀର୍ଥ ପୁଷ୍କରିଣୀ, ମାଘମେଳା ପଡିଆ, କୋଣାର୍କଠାରୁ ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାର ପ୍ରତ୍ୟେକ ଜାଗାରେ କିପରି ଶ୍ରଦ୍ଧାଳୁମାନେ ସୁରକ୍ଷା ପାଇବେ, ସେଥିପାଇଁ କୋଣାର୍କ NAC, ନେହେରୁ ଯୁବକେନ୍ଦ୍ର, ବସନ୍ତ ମଞ୍ଚରୀ ପାଠାଗାର, ସ୍ଵେଚ୍ଛାସେବୀ ସଙ୍ଗଠନ ଓ ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀ ପକ୍ଷରୁ ସୁରକ୍ଷା ଦିଆଯିବାbyabstha କରାଯାଇଛି । ଏହା ସହ ନବଗ୍ରହ, ସୂର୍ଯ୍ୟ ମନ୍ଦିର ବୁଲିବାରେ ସହଯୋଗ କରିବା ପାଇଁ ୩୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେଵୀକୁ ତାଲିମ ଦିଆଯାଇଛି। ଚଳିତ ବର୍ଷ ଲକ୍ଷାଧିକ ଶ୍ରନ୍ଧାଳୁକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କୋଣାର୍କ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ମତ ରଖିଛନ୍ତି।
ଅଧିକ ପଢନ୍ତୁ: ଆସ୍ଥାଭୋଟରେ ଜିତିଲେ ନୀତିଶ