ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତୀଶ କୁମାର । ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା । କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ। ମୋଟ ୧୨୯ ବିଧାୟକଙ୍କ ସମର୍ଥନରେ ଆସ୍ଥାଭୋଟ ଜିତିଛନ୍ତି ନୀତିଶ । ପ୍ରସ୍ତାବ ବିରୋଧରେ କୌଣସି ଭୋଟ ପଡିନଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ, ପୁଣିଥରେ ନୀତୀଶ କୁମାର ବିଜୟୀ ହୋଇଛନ୍ତି । ବିହାର ବିଧାନସଭାରେ ମୋଟ ୨୪୩ ଆସନ ରହିଥିବା ବେଳେ ଏନ୍ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ଆସ୍ଥା ଭୋଟ୍ ହେବା ପୂର୍ବରୁ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ଘୋଡ଼ା ବେପାରକୁ ଭୟ କରି ଉଭୟ ଦଳ ନିଜ ନିଜ ନିଜର ବିଧାୟକଙ୍କୁ ଅଲଗା ଅଲଗା ରଖିଥିଲେ।
ତେବେ ଗତ ରବିବାର ରାତିରୁ ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଥିଲା। ନିକଟରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି କରିଥିଲେ ନୀତୀଶ। ଏଥିରୁ ବିଜେପିରୁ ୭୮, ଜେଡିୟୁର ୪୫ ସଦସ୍ୟ, HAM(S)ର ୪ ଏବଂ ଜଣେ ସ୍ୱାଧୀନ ବିଧାୟକ ଥିଲେ। ଅପରପକ୍ଷରେ ବିରୋଧୀ ମେଣ୍ଟରେ ୧୧୪ ଜଣ ସଦସ୍ୟ ଥିଲେ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୮ ତାରିଖ ଦିନ ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ତେବେ ସୋମବାର ଫ୍ଲୋର ଟେଷ୍ଟ ପରେ ବିଧିବଦ୍ଧ ଭାବେ ସରକାର ଗଠନ କରିଛନ୍ତି ନୀତିଶ କୁମାର।
ଅଧିକ ପଢନ୍ତୁ: ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବାଚସ୍ପତି