ଯାଜପୁର ଜିଲ୍ଲା ବିଞ୍ଝାରପୁର ଖରସ୍ରୋତା ସେତୁ ଉପରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଛନ୍ତି । ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀସେତୁ ଉପରେ ମହିଳାଙ୍କ ଚପଲ ଓ ଛତା ଥୁଆହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ମଧ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ମହିଳା ଜଣକ କିଏ ଏବଂ ସେ କେଉଁ ପରିସ୍ଥିତିରେ ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ, ସେ ନେଇ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।