ପାଟନା: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟକୁ ଏକ ଶକ୍ତ ଝଟକା ଲାଗିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟରୁ ଅଲଗା ହୋଇଛି । ବିଧାନସଭା ନିର୍ବାଚନରେ ଜେଏମ୍ଏମ୍ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ୬ଟି ବିଧାନସଭା ଆସନରୁ ସ୍ୱତନ୍ତ୍ରଭାବେ ପ୍ରତିଦ୍ୱନ୍ଦିତା କରିବ । ଚକାଈ, ଧମଦାହା, କଟୋରିୟା, ପିରପୈଂତୀ, ମନୀହାରୀ ଏବଂ ଜମୁଈ ଆସନ ସାମିଲ ଅଛି । ଏ ନେଇ ଦଳର ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ।
ଏହାରି ମଧ୍ୟରେ ଆରଜେଡି, କଂଗ୍ରେସ ଓ ବାମଦଳ ମହାମେଣ୍ଟ ମଧ୍ୟରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଛି । ସାତଟି ଆସନକୁ ନେଇ ମେଣ୍ଟ ଦ୍ୱନ୍ଦ୍ୱରେ ରହିଛି । ଲାଲଗଞ୍ଜ, ବୈଶାଲୀ, ରାଜାପାକର, ବଛୱାଡ଼ା, ରୋସରା ଏବଂ ବିହାରଶରୀଫ ଆସନ ପ୍ରମୁଖ ରହିଛି । ଏହି ଆସନ ଗୁଡ଼ିକ କେଉଁ ଦଳ ପ୍ରାର୍ଥୀ ଛିଡ଼ା କରିବ ଟଣାଓଟରା ଲାଗିରହିଛି ।