ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଉଁଶପାଳ ଗାଁ ନିକଟରେ OSRTC ସରକାରୀ ବସ ଧକ୍କାରେ ଜଣେ MCL କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର କର୍ମଚାରୀ ଜଣଙ୍କ କାମାକ୍ଷାନଗର ଥାନା ବାଉଁଶପାଳ ଗାଁର ଫକୀର ମୋହନ ଷେଣ୍ଢ। ଫକୀର ନିଜ ବାଇକ ଯୋଗେ ତାଳଚେର MCLକୁ କାମ କରିବାକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ସରକାରୀ ବସ। ବସଟି କେନ୍ଦୁଝରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିଲା । ଫକୀରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବେଶ କିଛି ସମୟ ଧରି OSRTC ବସଟିକୁ ଅଟକ ରଖି ଧାରଣା ଦେଇଥିଲେ। ସ୍ଥାନୀୟ ପୋଲିସ ବୁଝାସୁଝା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।