ଭୁବନେଶ୍ୱର ; ସୁଭଦ୍ରାକୁ ନେଇ ଆସିଲା ବଡ ଅପଡେଟ । ସୁଭଦ୍ରା ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୋଷଣା କରାଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି । ତେବେ ଆସନ୍ତା ୩୧ ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ତିନୋଟି କିସ୍ତି ପାଇବେ । ଏହାସହ ଏବେ ସୁଭଦ୍ରା ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି ।
ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ୮ତାରିଖରେ ମିଳିବା ନେଇ ସୂଚନା ଦେଇଛନ୍ତି । ଯେଉଁଥିରେ ରାଜ୍ୟର ପ୍ରାୟ ୧କୋଟି ମହିଳା ହିତାଧିକାରୀ ୫ ହଜାର ଟଙ୍କା ପାଇବେ ।