ଭୁୁବନେଶ୍ୱର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୁଧବାର ଗୋଟି ଗୋଟି କରି ବିଜେଡି ଭିତରେ କଣ କଣ ଚାଲିଥିଲା ସବୁ ବଖାଣିଛନ୍ତି । ନେତାମାନଙ୍କୁ ଅଣଦେଖା କରାଯିବାରୁ ବିଜେଡି ଏଥର ନିର୍ବାଚନ ହାରିଲା ବୋଲି କହିଛନ୍ତି । ଟିକେଟ୍ ବଣ୍ଟା ଯିବା ସମୟରେ ମଧ୍ୟ ନେତାଙ୍କ ମତାମତ ନିଆଗଲା ନାହିଁ । ମୋ ଟିକେଟ୍ କଟିବା ପରେ ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି । ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି । ମନମୁଖି ଶାସନ ପାଇଁ ଆଜି ବିଜେଡି ଏହି ଅବସ୍ଥା ଭୋଗୁଛି । ନବୀନ ବାବୁ ଯଦି ନିଜେ ଟିକେଟ୍ ବାଣ୍ଟିଥାନ୍ତେ ତେବେ ବିଜେପି ପୁଣି ସରକାର କରିଥାନ୍ତା ବୋଲି ସେ କହିଛନ୍ତି ।
ଯାଜପୁରରେ ବବି, ଡାନି, ଜିତୁ ମନ୍ତବ୍ୟ ପ୍ରସଙ୍ଗରେ ମତ ରଖି ସୁନନ୍ଦା ଦାସ କହିଛନ୍ତି, ଦଳ ଭିତରେ କଣ ହେଉଛି ଜାଣିବା ପରେ ଅ।।ଶ୍ଚର୍ଯ୍ୟ ହେଲି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କଣ କିଛି ଭୂମିକା ନାହିଁ । ଦଳରେ ରହି କି ଲାଭ ଅଛି, ଦଳ ତ ଏମାନଙ୍କ ଇସାରାରେ ଚାଲିଛି । ଯଦି ସୁନନ୍ଦାଙ୍କ ସଂଗଠନ ଠିକ୍ ନ ଥିଲା, ତେବେ ବଡ ନେତା ହାରିଲେ କାହିଁକି । ଯିଏ ଓଡିଶା ସଂଗଠନ ବୁଝୁଥିଲେ, ତାଙ୍କ ନିର୍ବାଚନମଣ୍ଡଳୀରେ ସ୍ଥିତି କାହିଁକି ଏମିତି । ଦଳରେ ଦିନରାତି ପରିଶ୍ରମ କରୁଥିବା ନେତାଙ୍କ ଟିକେଟ୍ କଟିବାରୁ ଦଳ ଆଜି ଆଜି ହାରିଲା ।
ଟିକେଟ୍ କଟିବା ପରେ ଭିକେ ପାଣ୍ଡିଆନ ମୋତେ ଡାକିଥିଲେ । ମୁଁ ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ୍ କଟିଲା ବୋଲି କହିଥିଲେ । ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ ପରେ ବୁଝାଯିବ ବୋଲି ପାଣ୍ଡିଆନ କହିଥିଲେ ।
ସୂଚନାଯୋଗ୍ୟ, ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଥିଲେ ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଥିଲେ ।