କେନ୍ଦ୍ରାପଡ଼ା: ଭିତରକନିକାରେ ନିଖୋଜ ହୋଇଥିବା ମା’ ଓ ପୁଅଙ୍କୁ ଜୀବିତ ଉଦ୍ଧାର କରଯାଇଛି । ଗତ ୩ ତାରିଖରୁ କଙ୍କଡ଼ା ଆଣିବାକୁ ଯାଇ ମା’ ଓ ପୁଅ ଭିତରକନିକା ନଦୀରେ ନିଖୋଜ ହୋଇଯାଇଥିଲେ । ମା’ ଓ ପୁଅ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା ବୋଲି ପରିଚୟ ମିଳିଛି । ବନ ବିଭାଗର ୧୦ଟି ଟିମ୍ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ମା’ ଓ ପୁଅଙ୍କୁ ଠାବ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଗତ ୫ ଦିନ ତଳେ ମା’ ଓ ପୁଅ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଭିତରକନିକା ଜଙ୍ଗଲର ୧୦କି.ମି. ଭିତରକୁ ଯାଇ ଆଉ ଫେରିନଥିଲେ । ଏନେଇ ବନବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସାହାଯ୍ୟରେ ନିଖୋଜ ମା’ ଓ ପୁଅଙ୍କୁ ଖୋଜା ଯାଇଥିଲା । ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।