ରାଜନଗର: ଭିତରକନିକା ଜଙ୍ଗଲରେ ନିଖୋଜ ହୋଇଗଲେ ମାଆପୁଅ। ନଦୀକୁ କଙ୍କଡ଼ା ଧରିବାକୁ ଯାଇ ଆଉ ମାଆ ପୁଅ ଘରକୁ ଫେରି ନଥିଲେ। ଘଟଣାସ୍ଥଳରେ ଖୋଜା ଖୋଜି ଜାରି ରଖିଛନ୍ତି ବନ ବିଭାଗର ୧୦ଟି ଟିମ୍। ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି। ତେବେ ପରିବାର ଲୋକେ ମଧ୍ୟ ଗାଁ ଲୋକଙ୍କ ସହିତ ମିଶି ଜଙ୍ଗଲର ପ୍ରତ୍ୟକ କୋଣ ଅନୁକୋଣରେ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ମାଆ ପୁଅଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ୫ ଦିନ ତଳେ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇଥିଲେ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା। ଭିତରକନିକା ଜଙ୍ଗଲର ୧୦ କିଲୋମିଟର ଭିତରକୁ ଯାଇ ମାଆପୁଅ ଆଉ ଫେରିନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ କେହି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଲେ କୌଣସି ଖବର ତାଙ୍କର ପାଇନଥିଲେ। ତେଣୁ ବନ ବିଭାଗକୁ ଖବର ଦେଇଥିଲେ। ତେବେ ଖବରପାଇ ଘଟଣାସ୍ଥଳରେ ବନ ବିଭାଗର ୧୦ଟି ଟିମ୍ ଖୋଜା ଖୋଜି ଜାରି ରଖିଛନ୍ତି। ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା।