ଜଗତସିଂହପୁର: ବନ୍ୟା ପାଇଁ ବଢିଗଲା ଦୁଃଖ । ବନ୍ୟା ଆସିବାରୁ ଜଗତସିଂହପୁର ଜିଲ୍ଲାରେ ବନ୍ୟାରେ ବହୁ ଅସୁବିଧାର ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ଏହି ବନ୍ୟା ପାଇଁ ତିର୍ତ୍ତୋଲ ବ୍ଲକ କୋଟକଣା ଆଦିବାସୀ ସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଛି । ଯାହାଫଳରେ ୨୦ରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାର ଅଛନ୍ତି ।
ଅନ୍ୟପଟେ ତିର୍ତ୍ତୋଲର ନଦୀ ପଠାରେ ଘରକରି ରହିଥିବା ଆଦିବାସୀ ସାହିରେ ମଧ୍ୟ ବନ୍ୟା ପାଣି ପଶିବା ଆରମ୍ଭ କରିଛି । ଫଳରେ ୩୦ରୁ ଅଧିକ ପରିବାର ଘର ଛାଡ଼ି ଆସି ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି । ତେଣୁ ସେମାନେ ସରକାର ଏବଂ ପ୍ରଶାସନକୁ ସାହାର୍ଯ୍ୟର ହାତ ମାଗିଛନ୍ତି ।