ଭୁବନେଶ୍ୱର : ମୁଣ୍ଡଳୀରେ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସି ଆସିଛି ଜଳସ୍ତର।ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ଆଉଟ୍ ଫ୍ଲୋ ୬ ଲକ୍ଷ ୨୬ ହଜାରରୁ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସିଛି'। ମୁଣ୍ଡଳୀ ପାଣି ଏବେ ପୁରୀ, ଜଗତସିଂହପୁର ତଳିଆ ଅଞ୍ଚଳରେ ପଶିବ' । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ପ୍ରଭାବିତ ହେଉଛି ଜଳ ନିଷ୍କାସନ ।'ଗତ ୨୪ ଘଣ୍ଟାରେ ମାତ୍ର ୬ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦର ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ, ରେଙ୍ଗାଲିର ସବୁ ଗେଟ ବନ୍ଦ' । କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ପାରାଦୀପ ହ କୁଜଙ୍ଗର ୨ଟି ଗାଁରେ ପଶିଲା ମହାନଦୀ ଓ ପାଇକା ଜଳ ପଶିଛି। ହରିପୁର ଓ ସାହାରାଡିହା ଗାଁରେ ପଶିଲା ୨ଟି ନଦୀର ବନ୍ୟାଜଳ ପଶିଛି। ଯାହାଫଳରେ ଜଳଗମ୍ନ ହୋଇଛି ଚାଷ ଜମି ଏବଂ ୨ ଗାଁକୁ ସଂଯୋଗ କରୁଥିବା ରାସ୍ତା ବି ବୁଡ଼ିଯାଇଛି।