ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ ବସିଛି। ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବାସଭବନରେ ଏହି ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ଏହି ବୈଠକରେ ଉପସ୍ଥିତ ରହିଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ ହେଉଥିବା ନେଇ ସୂଚନା ରହିଛି।
ଅଧିକ ପଢନ୍ତୁ: ଚର୍ଚ୍ଚାରେ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟ; ନାଁ ନ ନେଇ କାହାକୁ କଲେ ଟାଗେର୍ଟ, କହିଲେ ଅନ୍ଧ ଧୃତରାଷ୍ଟ୍ର ବି ଥିଲେ ଅଯୋଗ୍ୟ ରାଜା...
ଅନ୍ୟପଟେ ସୋମବାର ସକାଳୁ ଦୁଇଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି। ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ। ଫଳରେ ରାଜ୍ୟ ରାଜନୀତିକୁ ନେଇ ଦିଲ୍ଲୀରେ କିଛି ବଡ଼ ଧରଣର ଯୋଜନା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ଦିଲ୍ଲୀରେ ସାଂସଦ ମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି ।