ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତିଙ୍କ ଯାଜପୁର ଗସ୍ତ ପୂର୍ବରୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ବଡ଼ ବୟାନ । ଯାଜପୁରରେ ଭୁଶୁଡିବ ବିଜେଡି ଗଡ। ମନମୋହନଙ୍କ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଏଥିସହ ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ। ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।
ସୂଚନା ଅନୁଯାୟୀ ଆସନ୍ତା ୧୦ ତାରିଖରେ ଯାଜପୁରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା। ଧର୍ମଶାଳା ମହୋତ୍ସବ ପଡିଆରେ ମନମୋହନ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଜିଲ୍ଲା ବିଜେଡିର ଅନେକ ଆଗ ଧାଡିର ନେତା, ପଞ୍ଚାୟତ ପ୍ରତିନିଧି, ନିର୍ବାଚିତ ପ୍ରତିନିଧି ବିଜେପିର ଏହି ପର୍ବରେ ସାମିଲ ହେବେ ବୋଲି ଜଣାପଡିଛି। ତେବେ ହିମାଂଶୁଙ୍କ ଏଭଳି ମତାମତକୁ ନେଇ ପ୍ରଣବ ବଳବନ୍ତରାୟଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।