ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନ୍ୟାସନାଲ୍ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ(ଏନଜିଏମଏ)ର ଏକ ଶାଖା । ଏ ନେଇ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସାଂସଦ ଅପରାଜିତ ଷଡଙ୍ଗୀ ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ । ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶେଖାୱତ । ଭୁବନେଶ୍ୱରରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସ୍ଥାପନ ପାଇଁ ସବୁ ପ୍ରକାରର ସମର୍ଥନ ଦେବେ ବୋଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଅପରାଜିତା ଏହାର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିବା ସେ କହିଛନ୍ତି ।
ଭୁବନେଶ୍ୱରରେ ଏକ ଏନଜିଏମଏ ଶାଖା ପ୍ରତିଷ୍ଠା ଏହି ଅଞ୍ଚଳର ସାଂସ୍କୃତିକ ଏବଂ କଳାତ୍ମକ ଦୃଶ୍ୟପଟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ଯାହା ସ୍ଥାନୀୟ ଜନତା ଏବଂ ସମଗ୍ର ରାଜ୍ୟ ଉଭୟକୁ ବହୁମୁଖୀ ଲାଭ ପ୍ରଦାନ କରିବ। ଭୁବନେଶ୍ୱରରେ ଏନଜିଏମଏର ଏକ ଶାଖା ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ୟ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ଭାବରେ କାର୍ୟ୍ୟ କରିବ।