ଭୁବନେଶ୍ୱର : ଏଣିକି ବହୁ ମାତ୍ରାରେ କମିଯାଇପାରେ ଟ୍ରାଫିକ ସମସ୍ୟା । କାରଣ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ । ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।
ପୋଲିସ କମିଶନରଙ୍କ କହିବା ଅନୁସାରେ ସୋମବାର ୫୩ ଜଣ ଛାତ୍ରଛାତ୍ରୀ ଟ୍ରାଫିକ୍ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି ।
ତେବେ କମିଶନରେଟ ପୋଲିସ ଦ୍ବାରା ଦିଆଯାଇଥିବା ପୋଷାକ ଏବଂ ଟୋପି ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଯୋଗଦାନ ବଡ଼ ସହାୟକ ହେବ ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି । ଯୋଗଦାନ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । ତେଣୁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିପାରେ ବୋଲି ଆକଳନ କରାଯାଇଛି ।