ତାଳଚରେ: ଆଜିଠୁ ଧାରଣାରେ ବସିଲେ ତାଳଚରେ ବସ୍ ମାଲିକ ସଂଘ। ତେବେ ରାସ୍ତା ନିର୍ମାଣକୁ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏ ବସ ଚଳାଚଳ ବନ୍ଦ କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ୧୦୦ରୁ ଉର୍ଦ୍ଧ ବସ ଡ୍ରାଇଭର। ଏପରିକି ଏହାକୁ ସମର୍ଥନ ଜଣାଇଛି ଟାଟା ମ୍ୟାଜିକ ସଂଘ ଓ ବିଭିନ୍ନ ବଣିକ ସଂଘ।ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତା ଦେଇ ବସ ଚଳାଚଳ ହେବ ନେଇ ବୋଲି ସୂଚନା ଜାରି ହୋଇଛି।
ସୂଚନା ଅନୁସାରେ, ତାଳଚେର ଦେଇ ଯାଇଥିବା ୧୪୯ ଓ ୫୩ ନମ୍ବର ଜାତୀୟ ରାଜପଥରେ ବଡ ବଡ ଗାତ ସୃଷ୍ଟି ହୋଇଛି। ବର୍ଷା ଅସରାଏ ହେଲେ ପାଣି ଜମି ରହୁଛି। ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରତିବାଦରେ ବସ୍ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ତେବେ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ବସ ମାଲିକ ସଙ୍ଘ ଦାବି କରିଛି। ଯଦି ସେମାନଙ୍କ ଦାବିକୁ ଅଣଦେଖା କରାଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସ ଚଳାଚଳ ବନ୍ଦ ରହିବ।