ଢେଙ୍କାନାଳ: ଜମି କିଣାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଠକିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେନାପତି ଧରାପଡ଼ିଥିବାବେଳେ ଢେଙ୍କାନାଳ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି ।
୨୦୨୧ ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ କମ୍ପାନୀର ନିର୍ଦ୍ଦେଶକ ଥିବାବେଳେ ଢେଙ୍କାନାଳ ବଣସିଂ ଅଞ୍ଚଳରେ ଏକ ଜମିବାକୁ ଅଗ୍ରୀମ ଟଙ୍କା ଦେଇଥିଲେ । ନିରଞ୍ଜନଙ୍କୁ ଅଗ୍ରୀମ ବାବଦକୁ ୨୫ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ନିରଞ୍ଜନ ଟଙ୍କା ନେବା ପରେ ବର୍ଷ ବର୍ଷ ଗଡ଼ାଇ ଚାଲିଥିଲେ ଜମି ଦେଇନଥିଲେ । ଏ ନେଇ ୨୦୨୪ ରେ ମନ୍ତ୍ରୀ ଶ୍ରୀପାତ୍ର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବାରମ୍ବାର ପୋଲିସ ନିକଟରେ ଟଙ୍କା ଫେରାଇବ ବୋଲି ନିରଞ୍ଜନ ଲିଖିତ ଆକାରରେ ଦେଇଥିଲେ । କିନ୍ତୁ ଟଙ୍କା ଫେରସ୍ତ ନ ପାଇବାରୁ ଶେଷରେ ମନ୍ତ୍ରୀ ଲିଖିତ ଅଭିଯୋଗ କରିଥିଲେ ।
ମାମଲାର ତଦନ୍ତ କରି ନିରଞ୍ଜନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଏସପି କହିଛନ୍ତି ।