ବାରିପଦା : ସ୍ତ୍ରୀ ଓ ନିଜ ଶାଶୁଙ୍କୁ ହତ୍ୟା କଲା ପିଶାଚ ସ୍ୱାମୀ। ମୃତକ ହେଲେ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ। ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ। କୁଳିଅଣା ଥାନା ସରପଙ୍ଖା ବଡ଼ ନୂଆଁଗାଁ ପାତ୍ର ସାହିରେ ଏହି ଡବଲ ମର୍ଡର ଘଟିଛି। କୁଳିଅଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଉଭୟ ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ଅଭିଯୁକ୍ତ।
ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ବାପ ଘରୁ ସ୍ବାମୀ ଘରକୁ ଆସିଥିଲା ମୃତକ ସୋନାଲି ଓ ତାର ମାଆ। ପୂର୍ବରୁ ପାରିବାରିକ କଳହ ପାଇଁ ବାପ ଘରେ ରହୁଥିଲା ସୋନାଲି। ସେପଟେ ବାପ ଘରୁ ଆସିବା ପରେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ କରିଥିଲେ ମୃତକ ସୋନାଲିର ପରିବାର ଲୋକ। ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ ମଙ୍ଗଳବାର କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା କରିବା ପରେ ଗୁମର ଖୋଲିଛି। ଜେସିବି ରେ ୮ଫୁଟ ମାଟି ଖୋଲିବା ପରେ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତ ୧୫ତାରିଖରୁ ଉଭୟ ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ବୋଲି ଅଭିଯୁକ୍ତ ସ୍ବୀକାର କରିଛି ।