ସମ୍ବଲପୁର : ଚାଉଁରପୁର ବ୍ରିଜରୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ । ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ କୁହାଯାଉଥିବା ଚାଉଁରପୁର ବ୍ରିଜ ରୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ରହିଥିବା ନେଇ ସୂଚନା ରହିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ବଲପୁର ଓ ବୁର୍ଲା ଅଗ୍ନିଶମ ବାହୀନି ପହଞ୍ଚି ନିଖୋଜ ବ୍ୟକ୍ତି ଙ୍କୁ ଖୋଜା ଖୋଜି ଚଳାଇଛନ୍ତି l
ପୋଲିସ ସୂଚନା ଅନୁସାରେ ଆଜି ଦିନ ୨ଟା ସମୟରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଚାଉଁରପୁର ପଟରୁ ବ୍ରିଜ କୁ ଆସି ପାଣି କୁ ଡେଇଁ ପଡ଼ିଥିଲେ l ତେବେ ବ୍ୟକ୍ତି ଜଣକ ବ୍ରିଜରୁ ପାଣି କୁ ଡେଇଁବା ଦେଖି ସେଠାରେ ଥିବା ତିନି ଜଣ ଯୁବକ ପୋଲିସ କୁ ଜଣାଇଥିଲେ l ତେବେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି l
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୮ଟି ଗେଟ୍ ଖୋଲା ଯାଇଥିବା ବେଳେ ପାଣିର ସ୍ରୋତ ପ୍ରଖର ରହିଛି l ଫଳରେ ସେ ତଳକୁ ଭାସିଯାଇଥିବା ଅନୁମାନ କରାଯାଉଛି l