ଭୁବନେଶ୍ୱର: ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ ଏନେଇ ସୂଚନା ପ୍ରଦାନ କରିଛନ୍ତି ପିସିସିଏଫ ପ୍ରେମ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ । ୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି ।ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି। ଶିମିଳିପାଳରେ ବର୍ତ୍ତମାନ ୨ ପ୍ରକାର ବାଘ ନର୍ମାଲ ଟାଇଗର ଓ ବ୍ଲାକ୍ ଟାଇଗର ଅଛନ୍ତି ବୋଲି ପିସିଏଫ କହିଛନ୍ତି।
ସୂଚନା ଥାଉ କି ସାତକୋଶିଆ ବାଘ ଅଭୟାରଣ୍ୟ ହେଉଛି ଏକ ପ୍ରସିଦ୍ଧ ବାଘ ସଂରକ୍ଷଣ ସ୍ଥାନ।ଯାହାକି ଭାରତର ଓଡ଼ିଶାର ଅନୁଗୋଳ ଏବଂ ନୟାଗଡ଼ ଜିଲ୍ଲା ସୀମାରେ ଅବସ୍ଥିତ ୯୮୮.୩୦ ବର୍ଗ କିଲୋମିଟର ଅଞ୍ଚଳରେ ପର୍ଯ୍ୟାପ୍ତ । ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ ଏହା ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା। ମାତ୍ର ଆବଶ୍ୟକ ସୁରକ୍ଷା ଓ ପରିଚାଳନାଗତ ତ୍ରୁଟି ଯୋଗୁ ବର୍ତ୍ତମାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ତା’ର ଗୁରୁତ୍ୱ ହରାଇ ବସିଛି।