ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସତର୍କ ସୂଚନା ଦିଆଯାଇଛି । ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘୁର୍ଣ୍ଣିବଳୟ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଓ ଘଡଘଡି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।
ଅନ୍ୟପଟେ ସୂଚନାଯୋଗ୍ୟ, ଚଳିତବର୍ଷ ମୌସୁମୀ ଋତୁରେ ରାଜ୍ୟରେ ଆଶାଠୁ ୧୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ୫୯୧.୮ ମି.ମି ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ପର୍ୟ୍ଯନ୍ତ ରାଜ୍ଯର ୬.୭୫ ଲକ୍ଷ ହେକ୍ଟର ଜମିରେ ଚାଷ କାମ ଶେଷ ହୋଇଛି। ସାମଗ୍ରିକ ଭାବରେ ରାଜ୍ୟର ଫସଲ ସ୍ଥିତି ମଧ୍ଯ ସ୍ୱାଭାବିକ ରହିଛି। ଏନେଇ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ତେବେ ରାଜ୍ଯରେ ବର୍ତ୍ତମାନ ମୌସୁମୀ ବର୍ଷା ଲାଗି ରହିଛି।