ଭୁବନେଶ୍ୱର: ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାର ହେଉଥିବା ପ୍ଳାଷ୍ଟିକ୍ ସାମଗ୍ରୀକୁ ନେଇ ଶକ୍ତ ହୋଇଛି ଜଙ୍ଗଲ ଓ ପରିବେଶ ବିଭାଗ । ଏଣିକି ସରକାରୀ କାର୍ଯ୍ୟାଳୟରେ ଆଉ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଏମିତିକି ଫୁଲ ତୋଡ଼ାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ । ସରକାରୀ ବୈଠକ, ସଭାସମିତିରେ ପ୍ଲାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ାକୁ, ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ ଓ ପ୍ଲେଟ୍ ବ୍ୟବହାର ନ କରିବାକୁ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଚିଠି ହୋଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କୁ ଚିଠି କରାଯାଇଛି ।