ଭୁବନେଶ୍ୱର: ଅନଲାଇନ୍ ସପିଂ ସାଇଡରେ ଉପଲବ୍ଧ ହେଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଥିବା ଗୋଡ଼ ପୋଛା ବା ପାପୋଛକୁ ହଟାଇ ଦିଆଯାଇଛି । ବିଭିନ୍ନ ଗଣମାଧ୍ୟମର ତୀବ୍ର ସମାଲୋଚନା ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଅନଲାଇନ୍ ସପିଂ ସାଇଡ୍ ଅଲୀଏକ୍ସପ୍ରେସ୍ (AliExpress) ଏହାକୁ ହଟାଇବାକୁ ବାଧ୍ୟ ହୋଇଛି ।
ଗତକିଛି ଦିନ ତଳେ AliExpress ଅନଲାଇନ ସାଇଡରେ କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି ହେଉଥିଲା । ଏମିତିକି ସେଥିରେ ସପିଂ ଡିଟେଲ୍ସରେ ଲର୍ଡ ଜଗନ୍ନାଥ ବା ଭଗବାନ ଜଗନ୍ନାଥ ମଧ୍ୟ ଉଲ୍ଲେଖ ରହିଥିଲା । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସୋସିଆଲ୍ ମିଡିଆରେ ଏକ୍ସରେ କଡ଼ା ନିନ୍ଦା କରିଥିଲେ । ଶେଷରେ ଏହାକୁ ହଟାଇ ଦିଆଯାଇଛି ।
ପୂର୍ବରୁ ମଧ୍ୟ ବିଦେଶରେ ଅନେକ ଅନଲାଇନ୍ ସପିଂ ସାଇଡରେ ମଧ୍ୟ ଏଭଳି ହୀନ କାର୍ଯ୍ୟ ଦେଖିବାକୁ ମିଳିଛି । ବାଥରୁମ୍ ମ୍ୟାଟ୍, ଟଏଲଟ୍ ସିଟ୍ ଉପରେ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଥିବା ମ୍ୟାଟ୍ ବିକ୍ରି ହେଉଥିଲା ।