ଭୁବନେଶ୍ୱର: ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି । ଗତବର୍ଷ ଏହି ସମୟରେ ୩ ଲକ୍ଷ୍ୟ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ବେଶୀ ବ୍ୟବଧାନ ନାହିଁ ।
ସେହିପରି ଗତବର୍ଷ ୧୫ ତାରିଖରୁ ଆରମ୍ଭ ହୋଇଥିଲା ଏଥର ୪ ଦିନ ବିଳମ୍ବରେ ଆରମ୍ଭ ପଞ୍ଜିକରଣ ହୋଇଛି । ମାତ୍ର ୧୦ ହଜାର ବ୍ୟବଧାନ ରହିଛି । ଚାଷୀ କେବଳ ଗୋଟିଏ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ । ଯେଉଁମାନଙ୍କ ବାପା କିମ୍ବା ଭାଇଙ୍କ ନାଁରେ ରେକର୍ଡ ଅଛି ସେମାନଙ୍କୁ କେବଳ ଲେଖିକି ଦେବାକୁ ପଡ଼ିବ । ଏଥିପାଇଁ ଫର୍ମ ଇସୁ ହୋଇଯାଇଛି। ପଞ୍ଜିକରଣ ଜୋରସୋରରେ ଚାଲିଛି । କୌଣସି ଅସୁବିଧା ନାହିଁ । ଅସୁବିଧା ଥିଲେ ଦିଆଯାଇଥିବା ଚାଷୀଙ୍କ ପାଇଁ ଉପଲବ୍ଧ ଫୋନ୍ ନମ୍ବରରେ କଲ୍ କରିପାରିବେ ।
ସେହିପରି ଚାଉଳ ପ୍ରସଙ୍ଗରେ ମଧ୍ୟ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଏ ବାବଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା ହୋଇଛି, ଆଶ୍ୱାସନା ମଧ୍ୟ ମିଳିଛି, ଏଯାଏଁ କିଛି ଅର୍ଡର ଅସିନି। ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ମଧ୍ୟ ଏକ ଟିମ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ଖୁବଶୀଘ୍ର ସମାଧାନ ହେବ । ଖରିଫ ପାଇଁ ଏବେ ପଞ୍ଜିକରଣ ହେଉଛି । ଗତବର୍ଷ ୭୩ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା ଏବର୍ଷ ଆଉ ଟିକେ ଅଧିକ ସଂଗ୍ରହ ହେବ । ପଞ୍ଜିକରଣ ପରେ କେତେ ଧାନ ସଂଗ୍ରହ ହେବ ଆଉ ଟିକେ ସ୍ପଷ୍ଟ ହୋଇଯିବ । ଇ-କେୱାଇସିରେ ଅନେକ ଅଯୋଗ୍ୟ ଚାଷୀ ଧରାପଡ଼ିଲେଣି । ସେଥିରୁ ମଧ୍ୟ ଚାଷୀ ସଂଖ୍ୟା କମିପାରେ । ଚାଷ ଯେଉଁ ଜାଗାରେ ହେଉନଥିଲା ସେଠିବି ଏଥର ଚାଷ ହୋଇଛି । ନିଶ୍ଚୟ ଧାନ ଏବଂ ଚାଉଳ ଉତ୍ପାଦନ ବଢିବ । ସରକାର ପ୍ରସ୍ତୁତ ଅଛନ୍ତି । ଯେତେ ଉତ୍ପାଦନ ହେବ ଆମେ ନେବୁ ବୋଲି କହିଛନ୍ତି ମନ୍ତ୍ରୀ ।