ଭୁବନେଶ୍ୱର: ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ କଟକ ଶିଳ୍ପ ନିର୍ଦ୍ଦେଶକ ଥିବା ଆବୋଲି ସୁନୀଲ ନରଭାଣେଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, କଟକର ପରିଚାଳନା ନିର୍ଦ୍ଦେଶକ ଏବଂ ଓଡ଼ିଶା ରାଜ୍ୟ ଆର୍ଥିକ ନିଗମ, କଟକର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଧୀନାଦଗୀରଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ବର୍ତ୍ତମାନ ରାଉରକେଲା ମହାନଗର ନିଗମର କମିଶନରଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ ରେହାନ ଖତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି । କଟକ ମ୍ୟୁନିସିପାଲ୍ କର୍ପୋରେସନ ସୁଶ୍ରୀ କିରଣଦୀପ କୌର ସହୋତାଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି । ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଥିବାବେଳେ ତାଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।