କଟକ: ଆକ୍ସନ ମୋଡରେ ସିଏମସିର ନୂଆ କମିଶନର କିରଣଦୀପ କୌର ସହୋଟା। ଆଜି ୩୦ ଜଣ କର୍ମଚାରୀଙ୍କୁ ସୋ’ କଜ୍ ନୋଟିସ୍ ପଠାଇଛନ୍ତି। କର୍ମଚାରୀ ମାନେ ଅଫିସକୁ ବିଳମ୍ବରେ ଆସୁଥିବାରୁ ସିଏମସି କମିଶନର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକୁ ନେଇ ସିଏମସିର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନୋଟିସ୍ ଜାରି କରିଛନ୍ତି ।ତେବେ କାହିଁକି ଦରମା ବନ୍ଦ କରାଯିବ ସେ ନେଇ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନୋଟିସ୍ ଜାରି କରାଯାଇଛି ।
ଅଫିସ୍ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀ ମାନେ ଅଫିସରେ ନଥିଲେ । ଏମିତି କି ସିଏମସି କମିଶନର ୧୦ଟା ୩୦ ମିନିଟ୍ ସମୟରେ ଅଫିସ୍ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଖୁବ୍ଧ ହୋଇଥିଲେ ନୂଆ କମିଶନର । ଯାହାଫଳରେ ୩୦ ଜଣ କର୍ମଚାରୀଙ୍କୁ ସେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।