ଭୁବନେଶ୍ୱର: ରାଜଧାନୀରେ ସଡ଼କ ସୁରକ୍ଷା ଦିଗରେ NHAI ବଡ଼ ପଦକ୍ଷେପ ନେଇଛି। ପଥଚାରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପଳାଶୁଣୀରୁ ରସୁଲଗଡ଼କୁ ହେବ ସ୍କାଏୱାକ୍। ସ୍କାଏୱାକ୍ ନିର୍ମାଣ କାରାଯିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ସୂଚନା ମିଳିଛି।
NHରେ ୫ ଶହ ମିଟର ସ୍କାଏୱାକ୍ ନେଇ NHAI ଆଞ୍ଚଳିକ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ୨୦ କୋଟି ଟଙ୍କା ବ୍ୟୟ କରାଯିବ। ଜାତୀୟ ରାଜପଥରେ ୫୦୦ ମିଟରର ସ୍କାଏୱାକ୍ ନିର୍ମାଣ କରାଯିବ।